ଆଜି ରାଜ୍ୟର ୭ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୩/୦୩: ଏବେ ରାଜ୍ୟରେ ଖରା ସାଙ୍ଗକୁ ବଢୁଛି ତାତି। ଏହାରିମଧ୍ୟରେ ଆଜି ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏସବୁ ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ ବାଲେଶ୍ୱର । ଆସନ୍ତାକାଲି ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।ଗତକାଲି ମାଲକନାଗିରିରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୋଟ ଉପରେ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ବିଶେଷକରି ଦିନର ତାପମାତ୍ରା ଆହୁରି ବଢିବ ବୋଲି କୁହାଯାଉଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହୋଇପାରେ ।