ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ?

ନୂଆଦିଲ୍ଲୀ, ୨/୦୩: ଆଗକୁ ଆସୁଛି ନିର୍ଵାଚନ। ଏବେ ସବୁ ରାଜନୈତିକ ଦଳରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାରିମଧ୍ୟରେ ଆଜି ବିଜେପି ତାର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ଓ ୨୮ ଜଣ ମହିଳାଙ୍କ ନାଁ  ଏହି ଲିଷ୍ଟରେ ରହିଛି । ଜାଣନ୍ତୁକେଉଁ ରାଜ୍ୟରୁ କେତେ ପ୍ରାର୍ଥୀ?
ଉତ୍ତର ପ୍ରଦେଶ – ୫୧, ପଶ୍ଚିମବଙ୍ଗ – ୨୬, ମଧ୍ୟପ୍ରଦେଶ – ୨୪,
ଗୁଜରାଟ-୧୫, ରାଜସ୍ଥାନ -୧୫, କେରଳ-୧୫,ତେଲେଙ୍ଗାନା ୯,
ଆସାମ -୧୧, ଝାଡଖଣ୍ଡ -୧୧, ଛତିଶଗଡ-୧୧, ଦିଲ୍ଲୀ – ୫,
ଜାମ୍ମୁକାଶ୍ମୀର – ୨, ଉତ୍ତରାଖଣ୍ଡ – ୩, ଅରୁଣାଚଳ ପ୍ରଦେଶ-୨,
ଗୋଆ – ୧, ତ୍ରିପୁରା – ୧, ଆଣ୍ଡାମାନ-୧ ଓ ଡାମନ ଡ୍ୟୁ-୧।

ବାରଣାସୀ ରୁ ନରେନ୍ଦ୍ର ମୋଦୀ,ଗାନ୍ଧୀନଗର – ଅମିତ ଶାହା
ଲକ୍ଷ୍ନୌ – ରାଜନାଥ ସିଂହ, ଆମେଥି – ସ୍ମୃତି ଇରାନୀ,
ଦିବ୍ରୁଗଡ – ସର୍ବାନନ୍ଦ ସୋନୱାଲ, ଗୁଣା – ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଦିଶିା – ଶିବରାଜ ସିଂହ ଚୌହାନ, ଅରୁଣାଚଳ ପ୍ରଦେଶ ୱେଷ୍ଟ – କିରଣ ରିଜିଜୁ ଓ ଗୋରଖପୁର – ରବି କିଷାନ
କୋଟା – ଓମ ବିର୍ଲା, ମଥୁରା – ହେମା ମାଳିନୀ, ଖେରି – ଅଜୟ ମିଶ୍ରା ଟେନି ଓ ନର୍ଥ ଇଷ୍ଟ ଦିଲ୍ଲୀ ରୁ ମନୋଜ ତିୱାରୀ ଲଢ଼ିବେ।