ଲୋକସଭା ନିର୍ବାଚନରେ ସହଯୋଗୀ ଦଳକୁ ଟିକେଟ, ଜାଣନ୍ତୁ କେଉଁ ଦଳକୁ କେଉଁ ରାଜ୍ୟରେ କେତେ ଆସନ ଛାଡିଲା ବିଜେପି

ନୂଆଦିଲ୍ଲୀ,୧/୦୩: ଲୋକସଭା ନିର୍ବାଚନ ନେଇ ବିଜେପି ତାର ପ୍ରସ୍ତୁତି ଜୋରଦାର କରୁଛି । ବିଜେପି ତାର ସହଯୋଗୀ ଦଳମାନଙ୍କୁ କେଉଁ ରାଜ୍ୟରେ କେତୋଟି ଲୋକସଭା ଆସନ ଛାଡିବ ତାହା ସ୍ପଷ୍ଟ ହୋଇଛି । ହରିଆଣାରେ ବିଜେପି ସମସ୍ତ ୧୦ଟି ଆସନରେ ନିର୍ବାଚନ ଲଢିବ ।ଉତ୍ତର ପ୍ରଦେଶରେ ବିଜେପି ତାର ସହଯୋଗୀ ଦଳମାନଙ୍କ ପାଇଁ ୬ଟି ଆସନ ଛାଡିବ । ୟୁପିରେ ଆପନା ଦଳକୁ ୨ଟି, ଆରଏଲଡିକୁ ୨ଟି ଓ ନିଷାଦ ପାର୍ଟି ଏବଂ ଓମ୍ ପ୍ରକାଶ ରାଜଭରଙ୍କ ପାର୍ଟିକୁ ଗୋଟିଏ ଲେଖାଏ ଆସନ ଛାଡିବ । ସେହିଭଳି ଆସାମରେ ବିଜେପି ତାର ସହଯୋଗୀ ଦଳଙ୍କୁ ୩ଟି ଆସନ ଛାଡିବ । ୨ଟି ଆସନ ଆସାମ ଗଣପରିଷଦକୁ ଓ ଗୋଟିଏ ଆସନ ୟୁପିପିଏଲକୁ ଛାଡିବ । ଅନ୍ୟପଟେ ବିହାରରେ ଜେଡିୟୁ, ଏଲଜେପି, ଉପେନ୍ଦ୍ର କୁଶୱାହା ଓ ଜିତିନ ରାମ ମାଞ୍ଝୀଙ୍କୁ ବିଜେପି କେତେ ଆସନ ଛାଡିବ ତାହା ଉପରେ ଏବେ ବିଚାରବିମର୍ଷ ଚାଲିଛି ।