୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, କମିଶନରେଟ୍ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ

ଭୁବନେଶ୍ୱର,୨୭/୦୨: ଆସନ୍ତାକାଲି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ ହେବ । ବିମାନ ବନ୍ଦରରୁ ରାଜଭବନ ଓ ସେଠାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ କାରକେଡ୍ ରିହର୍ସାଲ କରାଯିବ । ରିହର୍ସାଲରେ ୨୮ଟି ଗାଡି ବ୍ୟବହାର କରାଯିବ ।  ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଂଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଯିବେ । ତାଙ୍କ ଯିବା ଆସିବା ସମୟରେ ଏକାସଙ୍ଗେ ତିନିଟି ହେଲିକପ୍ଟର ବ୍ୟବହାର ହେବ । ରାଷ୍ଟ୍ରପତି ସୁରକ୍ଷାକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୫୦ରୁ ଅଧିକ ଅଫିସର ନିୟୋଜିତ ହେବେ ।