କେନ୍ଦ୍ରାପଡ଼ା ଓସ୍ତପୁରରେ ସଡକ ଦୁର୍ଘଟଣା, ୩ମୃତ ଓ ୩ ଗୁରୁତର

ଭୁବନେଶ୍ୱର,୨୬/୦୨: କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକମାନେ ସମସ୍ତେ କଳାକାର ହୋଇଥିବା ଜଣାପଡ଼ିଛନ୍ତି । ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରାପଡ଼ାର ନାରାୟଣପୁର ଯାଇଥିଲେ । କାର୍ଯ୍ୟକ୍ରମ ସାରି ଭୋର ସମୟରେ ଫେରୁଥିବା ବେଳେ ଓସ୍ତପୁର ନିକଟରେ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ ଜଣଙ୍କ ଜୀବନ ଯାଇଛି । ସ୍ଥାନୀୟ ଲୋକ ଉଦ୍ଧାର କରି ଆହତଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।