ପୁରୀରେ ପହଂଚିଲା ରଥ କାଠ

ପୁରୀ, ୧୩/୨: ପ୍ରତିବର୍ଷ ପରି ଚାଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏହାରି ମଧ୍ୟରେ ପୁରୀରେ ଆଜି ପହଂଚିଲା ଚଳିତବର୍ଷ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ରଥକାଠ । ୨ଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ ଖଣ୍ଡ କାଠ ଆସି ପୁରୀ ବଡଦାଣ୍ଡ ରଥଖଳାରେ ପହଂଚିଥିବା ସୂଚନା ରହିଛି।