ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର ଓ କାନ୍ଥଲେଖା

ଭୁବନେଶ୍ୱର,୨୩/୦୨: ରାଜଧାନୀ ଭୁବନେଶ୍ୱରରୁ ହଟିବ ସମସ୍ତ ରାଜନୈତିକ ପୋଷ୍ଟର ଓ କାନ୍ଥଲେଖା । ଏନେଇ ପ୍ରକ୍ରୀୟା ଆରମ୍ଭ କରିଛି ବିଏମସି । ରାଜନୈତିକ ଦଳଗୁଡ଼ିକୁ ଏନେଇ ଅବଗତ କରାଇ ଦିଆଯାଇଛି । ପୂର୍ବରୁ ପୋଷ୍ଟର ଓ କାନ୍ଥଲେଖାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ହୋଇଥିଲା । ଅନ୍ୟପଟେ  ଏହି କାର୍ଯ୍ୟରେ ସହଯୋଗ କରିବାକୁ କୁହାଯାଇଛି । ତେବେ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଆଧାରରେ ଏହି କାର୍ଯ୍ୟ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।