ଆଜିଠୁ କମିବ ଦିନ ତାପମାତ୍ରା, ଆସନ୍ତକଲିଠୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩/୦୨: ଆଜିଠୁ କମିବ ଦିନ ତାପମାତ୍ରା । ସାମୁଦ୍ରିକ ବାୟୁ ଚଳାଚଳରେ ପରିବର୍ତନ ହୋଇଛି । ତେଣୁ ତାପମାତ୍ରା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି । ସେପଟେ ଗତକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଆଜି ଉତ୍ତର ଉପକୂଳ କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କ ରହିଛି । ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ପ୍ରାୟ ୬ ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଗତକାଲି ସୁବର୍ଣ୍ଣପୁରରେ ସର୍ବୋଚ୍ଚ ତାପମାତ୍ରା ୩୬ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ୩୬.୨ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନର ରହିଥିଲା ତାଳଚେର, ଭୁବନେଶ୍ୱର । ୫ଟି ସହରରେ ୩୫ ଡିଗ୍ରୀ ଉପରେ ଥିଲା ପାରଦ ।