ଆଜି ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ, ୧୩/୨: ଆଜି ଶ୍ରୀମନ୍ଦିରରେ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଅବକାଶ ଯାଏ ବେଶ ରହୁଥିବାରୁ ଭକ୍ତମାନେ ଦର୍ଶନ କରିପାରିବେ। SOP କୋହଳ ହେତୁ କାଲି ରବିବାର ଥିଲେ ବି  ଶ୍ରୀମନ୍ଦିର ଖୋଲା ରହିବ। ଉଲ୍ଲେଖ  ଯୋଗ୍ୟ ଯେ କରୋନା ସଂକ୍ରମଣ ପାଇଁ ପୂର୍ବରୁ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେଉଥିଲା।