ନାଟମଣ୍ଡପ ମରାମତି କାମ, ଆସନ୍ତାକାଲି ରାତି ୨ରୁ ଖୋଲିବ ଶ୍ରୀମନ୍ଦିରର ଦ୍ୱାର

ଭୁବନେଶ୍ୱର,୨୨/୦୨: ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ । ତେବେ ଛତିଶା ନିଯୋଗ ବୈଠକରେ ଏନେଇ ନୀତି ନିର୍ଘଂଟ ହୋଇଚି । ନିଷ୍ପତି ଅନୁସାରେ, ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଆସନ୍ତାକାଲି ଦିନ ଗୋଟାଏରୁ ନାଟମଣ୍ଡପ ମରାପତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସରିବ । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ ।