ଆଇପିଏଲ ୨୦୨୪ରେ ଖେଳିବେନି ସାମି

ନୂଆଦିଲ୍ଲୀ,୨୨/୦୨: ଆଇପିଏଲ ଆରମ୍ଭ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ବଡ ଝଟକା । ଆଇପିଏଲ ୨୦୨୪ରେ ଖେଳିବେନି ସାମି । ବାମ ପଟ ଗୋଡରେ ଆଘାତ କାରଣରୁ ସାମି ପୂରା ଆଇପିଏଲରୁ ବାଦ୍ ପଡିଛନ୍ତି । ଏବେ ସାମିଙ୍କୁ ବ୍ରିଟେନରେ ସର୍ଜରୀର ଆବଶ୍ୟକତା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।୨୦୨୩ ବିଶ୍ୱକପ୍ ପରେ ଆଘାତ ସମସ୍ୟା ପାଇଁ ବିଭିନ୍ନ ସିରିଜରୁ ବାଦ୍ ପଡିଛନ୍ତି ସାମି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା । ଗୋଡରେ ଲାଗିଥିବା ଆଘାତ ପାଇଁ ସାମି ପ୍ରଥମେ ଇଞ୍ଜେକସନ ନେଇଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଏବେ ଅପରେସନ କରିବାକୁ ପରାର୍ମଶ ଦେଇଛନ୍ତି ଡାକ୍ତର ।