ରାଜ୍ୟରେ ଅସହ୍ୟ କଲାଣି ତାତି, ଆସନ୍ତା ୪ଦିନ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧/୦୨: ରାଜ୍ୟରେ ଏବେଠୁ ତାତି ଅସମ୍ଭାଳ ହେଲାଣି । ଏବେ ତାପମାତ୍ରା ଯେତିକି ରହିବା କଥା, ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧିକୁ ଦେଖି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ ।

କିନ୍ତୁ ଆସନ୍ତାକାଲି ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏପରି ସ୍ଥିତି ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଫଳରେ ଦିନର ତାପମାତ୍ରା ହ୍ରାସ ପାଇବ ।