ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୦/୦୨: ଆଉ ଦିନ କେଇଟା ଗଲେ ପବିତ୍ର ଜାଗର ଅଥବା ମହାଶିବରାତ୍ରି। ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ  ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ ହେବ । ସୂଚନାଯୋଗ୍ୟ ଯେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।