ଆସନ୍ତାକାଲି ଠୁ ମାଟ୍ରିକ ପରୀକ୍ଷା, ଚଳିତବର୍ଷ କପି ରୋକିବ AI କ୍ୟାମେରା

ଭୁବନେଶ୍ୱର, ୧୯/୦୨: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏନେଇ ସବୁ ପ୍ରସ୍ତୁତି ସରିଛି । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । ଚଳିତବର୍ଷ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ସାଢେ ୧୧ଟାରେ ସରିବ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ସକାଳ ୭ଟା ୩୦ରେ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରିବେ। ୮ଟା ୩୦ରେ ପ୍ରଶ୍ନପତ୍ର ବଣ୍ଟାଯିବ। ସେହିିିପରି କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ରଖିବାକୁ ୩୧୩ ନୋଡାଲ ସେଣ୍ଟର ଓ ସମସ୍ତ ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୋବାଇଲ ନେବା ଉପରେ କଟକଣା ଲାଗୁ ହୋଇଛି।  ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ପରୀକ୍ଷା କେନ୍ଦ୍ରରେ ଏଥର କଡା ପୁଲିସ ପାଟ୍ରୋଲିଂ କରାଯିବ ।