ତାଲିବାନ ସରକାରଙ୍କ ନୂଆ ନିୟମ, ଜୀବିତ ବ୍ୟକ୍ତି ଉଠାଇ ପାରିବେନି ଫଟୋ

ନୂଆଦିଲ୍ଲୀ,୧୯/୦୨: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ନୂଆ ନୂଆ ନିୟମ ଆସିବାରେ ଲାଗିଛି। ପୁଣି ଆଜି ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି।  ତାଲିବାନର ଗଡ଼ କାନ୍ଦାହାରରେ ଏହି ନୂଆ ନିର୍ଦ୍ଦେଶ ଲାଗୁ ହେବ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, କାନ୍ଦାହାରର ଅଧିକାରୀମାନେ ଆଉ ଜୀବନ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ।  ବଞ୍ଚିଥିବା ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ନିଷିଦ୍ଧ କରାଯାଇଛି । କିନ୍ତୁ ଆଶ୍ବସ୍ତିର ବିଷୟ ହେଉଛି ଏହା ଏବେ କେବଳ ସରକାରୀ ଅଧିକାରୀଙ୍କ ପାଇଁ ଲାଗୁ ହେବ । ସାଧାରଣ ଲୋକ ଓ ଗଣମାଧ୍ୟମକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି ।