୨୦୨୪ ସାଧରଣ ନିର୍ବାଚନ, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆହ୍ୱାନ

ଭୁବନେଶ୍ୱର,୧୭/୦୨: ଆଗକୁ ଆସୁଛି ସାଧରଣ ନିର୍ବାଚନ।ନିର୍ବାଚନ ପ୍ରସ୍ତୁତି ନେଇ ଆଜି ପ୍ରେସମିଟ୍ କରିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ସେ କହିଛନ୍ତି ଯେ, ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ । ଏଥିସହ ରାଜ୍ୟର ସମସ୍ତ ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ କମିଶନର ଆହ୍ୱାନ ଦେଇଛନ୍ତି ।ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ମୁତାବକ, ଜୁନ୍ ୨୪ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ହେଇଯିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି।

ଅନ୍ୟପଟେ ଏଥର ଓଡିଶାରେ ୩.୩୨ କୋଟି ଭୋଟର ଅଛନ୍ତି । ସେମାନଙ୍କ ଭିତରୁ ୧.୬୮ କୋଟି ପୁରୁଷ ଭୋଟର ଥିବାବେଳେ, ୧.୬୩ କୋଟି ହେଉଛନ୍ତି ମହିଳା ଭୋଟର । ଖାଲି ସେତିକି ନୁହେଁ, ଏଥର ଭୋଟର ଲିଷ୍ଟରେ ୩୩୮୦ ଟ୍ରାନ୍ସଜେଣ୍ଡର ମଧ୍ୟ ରହିଥିବା ରାଜୀବ କୁମାର ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆସନ୍ତା ନିର୍ବାଚନରେ ୭.୫ ଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ, ଯାହାକି ଓଡିଶାର ଯୁବ ଶକ୍ତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।