ଚୌଦ୍ୱାରଠାରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୦୨: କଟକ ଚୌଦ୍ୱାରଠାରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି । ଏହାସହ ଶିଳ୍ପ କ୍ଷେତ୍ରରେ କଟକ ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି । ବିଶ୍ୱ ସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି । ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାସହ ରାଜ୍ୟର କପା ଚାଷୀମାନେ ମଧ୍ୟ ବିଶେଷ ଲାଭବାନ ହୋଇପାରିବେ । ଏଥିରେ ମହିଳାମାନଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି । ସେମାନଙ୍କୁ ସ୍କିଲ ଡେଭଲପମେଣ୍ଟ ଅଧିନରେ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।