ରଙ୍ଗ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୧ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୧୬/୦୨: ରାଜଧାନୀ ଦିଲ୍ଲୀ ଅଲ୍ଲିପୁର ଅଞ୍ଚଳରେ ଥିବା ଏକ ରଙ୍ଗ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସଂଧ୍ୟାରେ ଏହି କାରଖାନାରେ ଅଚାନକ ନିଆଁ ଲାଗିଯିବା ସହିତ ସଙ୍ଗେ ସଙ୍ଗେ ଚାରିଆଡ଼କୁ ମାଡ଼ି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଉଦ୍ଧାର ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ୨୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତକୁ ଆଣିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।