ଆରପାରିରେ ଅନୁଭବ ମହାନ୍ତିଙ୍କ ବାପା, କିଡନୀ ରୋଗରେ ପୀଡିତ ଥିବାରୁ ହେଉଥିଲେ ଚିକିତ୍ସା

ଭୁବନେଶ୍ୱର,୧୫/୦୨:  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। କଟକ ନନ୍ଦିସାହି ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି କୀଡିନ୍ ରୋଗରେ ପୀଡିତ ଥିଲେ । ଚିକିତ୍ସା ଜାରି ରହିଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ହୋଇଥିଲା ।  ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ବୈବାହିକ ବିବାଦକୁ ନେଇ ବାପା ଚିନ୍ତାରେ ରହୁଥିବା କହିଥାନ୍ତି ସାଂସଦ ଅନୁଭବ ମହାନ୍ତି ।