ଇଲେକ୍ଟୋରାଲ ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫/୦୨: ଇଲେକ୍ଟୋରାଲ ବଣ୍ଡର ବୈଧତାକୁ ନେଇ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଆଜି ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ରାୟ ଶୁଣାଇ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ । ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ କରୁଛି । ଇଲେକ୍ଟୋରାଲ ବଣ୍ଡ ଯୋଜନା ଧାରା ୧୯୧(କ) ଅନୁଯାୟୀ ଜାଣିବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ତେବେ ସବୁ ଡୋନେସନ୍ ସରକାରୀ ନିୟମକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ସମସ୍ତ ରାଜନୈତିକ ଦଳ ଏହାର ସବିଶେଷ ତଥ୍ୟକୁ ସାର୍ବଚନୀନ କରିବାକୁ ବାଧ୍ୟ ।