ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲା ଓଇଆରସି

ଭୁବନେଶ୍ୱର,୧୩/୦୨: ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରତ୍ୟେକ ସ୍ଲାବରେ ୧୦ ପଇସା ଲେଖାଏଁ ଦର କମ୍ ହେଇଛି । ତେବେ ଘରୋଇ ଉପଭୋକ୍ତାଙ୍କ ବ୍ୟତୀତ ଅନ୍ୟ କ୍ୟାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଜୁଳି ଦରରେ କୌଣସି ବୃଦ୍ଧି ଘଟିବନି ବୋଲି ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ଏଥିପାଇଁ ମାସିକ ଦେୟ ୮୦ ଟଙ୍କା ଥିବାବେଳେ, ଏବେ ଏହାକୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି । ଏହାବାଦ୍ କାଗଜ ଛାଡି ଇ-ବିଲ୍ ନେଲେ ଉପଭୋକ୍ତାଙ୍କୁ ୧୦ ଟଙ୍କା ରିହାତି ମିଳିବ । ଆଉ ଇଭି ଚାର୍ଜିଂ ୟୁନିଟ୍ ପିଛା ୫ ଟଙ୍କା ୫୦ ପଇସାରୁ ୫ଟଙ୍କାକୁ ହ୍ରାସ କରାଯାଇଛି ।  ପ୍ରିପେଡ୍ ମିଟର ଉପଭୋକ୍ତାଙ୍କୁ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି ।