ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ନୂଆଦିଲ୍ଲୀ,୧୨/୦୨: ରାଜନୈତିକ ବୟାନବାଜିରେ ପଡ଼ିଲା ପୂର୍ଣ୍ଣଛେଦ। ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର ।  ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିଲା ।ତେବେ ବିହାରର ଆସ୍ଥା ଭୋଟ୍ ଉପରେ ପ୍ରତିକ୍ରିୟା ରଖି ନୀତିଶ କୁମାର କହିଛନ୍ତି, ଆମେ ବିକାଶର କାମ ଏବଂ ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସମାଜର ପ୍ରତି ବର୍ଗଙ୍କୁ ଆମେ ଧ୍ୟାନ ଦେବୁ ।

ସୂଚନାଯୋଗ୍ୟ ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣି ସାମିଲ ହେଇଛନ୍ତି ନୀତିଶ କୁମାର । ଆଉ ବିହାରରେ ପୁଣି ଆରମ୍ଭ ହେଇଛି ଏନଡିଏ ରାଜ୍ ।