ଦୂର ହେଲା ଦ୍ବନ୍ଦ୍ୱ, ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି

ଭୁବନେଶ୍ୱର,୧୨/୦୨: ଦୂର ହେଲା ଦ୍ବନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ପାଞ୍ଜି ସମୀକ୍ଷା ବୈଠକ । ସମୀକ୍ଷା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ପାଳିତ ହେବ । ୧୩ ଦିନିଆ ଅଣସର ପାଳନ କରାଯିବ । ଚଳିତ ବର୍ଷ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ । ଏହସହ ଚଳିତ ବର୍ଷ ପଞ୍ଚୁକ ୪ ଦିନ ହେବ ।  ସୂଚନାଯୋଗ୍ୟ ଯେ ଏପ୍ରିଲ ୧୩ ରେ ନ ୧୪ ରେ ହେବ ପଣା ସଂକ୍ରାନ୍ତି, ସେନେଇ ଦ୍ବନ୍ଦ୍ୱ ଦେଖାଦେଇଥିଲା।