ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ, ଲୋକାର୍ପିତ ହେଲା ସ୍ୱର୍ଗଦ୍ୱାର ଆପ୍

ଭୁବନେଶ୍ୱର,୧୧/୦୨: ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ । ଲୋକାର୍ପିତ ହୋଇଛି ସ୍ୱର୍ଗଦ୍ୱାର ଆପ୍ । ଆପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ତିନିଟି ଭାଷାରେ ସୂଚନା ମିଳିପାରିବ ।ଗତକାଲି ସଂଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ସ୍ୱର୍ଗଦ୍ୱାରକୁ ଆସୁଥିବା ମୃତଦେହ ସଂଖ୍ୟା ବଢୁଥିବାରୁ ଏଣିକି ସହଜରେ ରେଜିଷ୍ଟ୍ରେସନ୍ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ । ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବାକୁ ଚାହୁଥିବା ଲୋକେ ଏହି ମୋବାଇଲ୍ ଆପ୍ ଜରିଆରେ ସ୍ୱର୍ଗଦ୍ୱାରରୁ ମିଳୁଥିବା ସମସ୍ତ ସେବା ବିଷୟରେ ସହଜରେ ଜାଣିପାରିବେ ।