ଉତ୍ତରାଖଣ୍ଡ, ୧୨/୨: ଗତକିଛି ଦିନ ତଳେ ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ହୋଇଥିଲା। ଏବେ ୩୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ୨ ଜଣ ଜୀବିତ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଚମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତୀ ଭଦୋରିଆ |
ଉଲ୍ଲେଖଯୋଗ୍ୟ ଯେ ହିମସ୍ଖଳନର ଷଷ୍ଠ ଦିନରେ ଚାମୋଲି ଜିଲ୍ଲାର ତାପୋଭାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୬ ଟି ମୃତଦେହ ଉଦ୍ଧାର କରାଯିବା ସହ ୨୦୪ ଜଣ ନିଖୋଜ ଅଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।