ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ବଢ଼ିଲା ସୁଧ ହାର

ଭୁବନେଶ୍ୱର,୧୦/୦୨: ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ସୁଧହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୮.୨୫ ପ୍ରତିଶତ ହୋଇଛି । ଗତବର୍ଷ ଏହି ସୁଧହାର ୮.୧୦ ପ୍ରତିଶତରୁ ୮.୧୫ ପ୍ରତିଶତ ହୋଇଥିଲା । ଚଳିତ ବର୍ଷ ୦. ୧୦ ପ୍ରତିଶତ ସୁଧହାର ବୃଦ୍ଧି କରାଯାଇଛି । ସିବିଟିର ନିଷ୍ପତି ପରେ ଚଳିତ ଆର୍ଥିକ ବର୍ଷରେ ଅପିଏଫ୍ ଜମା ଉପରେ ସୁଧହାର ସମ୍ବଦ୍ଧିୟ ନିଷ୍ପତି ଅନୁମୋଦନ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପଠାଯିବ । ଏହାପରେ ପ୍ରାୟ ୬ କୋଟି ଇପିଏଫ୍ ଖାତାଧାରୀ ଉପକୃତ ହେବେ ।