ବିଜେଡିରେ ସାମିଲ ହେବାର କିଛି ଘଣ୍ଟା ମଧ୍ୟରେ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୯/୦୨: ବିଜେଡିରେ ଆଜି ଯୋଗ ଦେଇଛନ୍ତି  ସଂତୃପ୍ତ ମିଶ୍ର। ବିଜେଡିରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ଶାସକ ଦଳ ବିଜେଡି ସଂତୃପ୍ତଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛି । ସେହିପରି ସଂଜୟ ଦାସ ମହାପାତ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି ବିଜେଡି । ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନାର ପରାମର୍ଶଦାତା କମିଟି ଅଧ୍ୟକ୍ଷ ଥିବା ବିଶିଷ୍ଟ ଶିଳ୍ପପତି ସଂତୃପ୍ତ ମିଶ୍ର ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଡାଇରେକ୍ଟର ଅଫ ଗ୍ରୁପ୍ ଏଚ୍ଆର୍ ଭାବେ କାମ କରୁଥିଲେ ସଂତୃପ୍ତ ମିଶ୍ର । ଗତବର୍ଷ ଡିସେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ୨୮ ବର୍ଷ ଧରି ଗ୍ରୁପ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୁଚାରୁପେ କାର୍ଯ୍ୟ ସଂପାଦନ କରି ଆସୁଥିଲେ ।