ଫେସବୁକ ଲାଇଭରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୯/୦୨: ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଫେସବୁକ ଲାଇଭ ସମୟରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଫେସବୁକରେ ଲାଇଭ ଚାଲିଥିବା ବେଳେ ଅଭିଯୁକ୍ତ ଆସି ଉଦ୍ଧବ ଗୋଷ୍ଠୀ ଶିବସେନାର ପୂର୍ବତନ କାଉନସିଲର ଅଭିଷେକ କୋସାଲକରଙ୍କୁ ଗୁଳି ମାଡ କରିଥିଲେ । ଏହାପରେ ନିଜକୁ ଗୁଳି କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ। ତୁରନ୍ତ ଶିବସେନା ନେତା ଅଭିଷେକ କୋସାଲକରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ସହ ଅଭିଷେକ ଫେସବୁକ ଲାଇଭ କରୁଥିଲେ ସେହି ବ୍ୟକ୍ତି ହିଁ ତାଙ୍କୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ମୋରିସ ନୋରିହ୍ନା ବୋଲି ପୋଲିସ ଚିହ୍ନଟ କରିଛି । ତେବେ ପୂର୍ବ ଶତ୍ରୁତାରୁ ମୋରିସ ନୋରିହ୍ନା ଅଭଷେକଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି ।