ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତର ଆଜି ଅନ୍ତିମ ଦିନ, ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରେ ଆଜି ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ,୮/୦୨: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ଜାରି ରହିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ଗତକାଲି ଝାରସୁଗଡାରେ ପହଞ୍ଚିଲା । କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତାମାନ ଯୋଗଦେଇଛନ୍ତି । ଆଜି ସକାଳ ୮ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ଯାତ୍ରା ପୁଣି ଆରମ୍ଭ ହେବ ।  ବେହେରାମାଳ କିଷାନ ଛକରେ ଯାତ୍ରା ଶେଷ ହେବ । କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ତେବେ ତାଙ୍କ ଓଡିଶା ଗସ୍ତରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।