ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟଙ୍କୁ କର୍କଟ ରୋଗ

ନୂଆଦିଲ୍ଲୀ,୭/୦୨: ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। ଚାଲର୍ସ କର୍କଟ ରୋଗରେ ପୀଡିତ ଥିବା ନେଇ ବିଟ୍ରେନ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ସେ ପ୍ରୋଷ୍ଟେଟ ରୋଗରେ ପୀଡିତ ଥିବା ସହ କ୍ରମଶ ସେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ ଚିକି୍ତ୍ସା କରୁଛନ୍ତି । ରାଜପ୍ରସାଦରେ ଚାଲିଛି ଚିକିତ୍ସା । ୨୦୨୨ ସେପ୍ଟେମ୍ବରରେ ବିଟ୍ରେନ ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ କିଙ୍ଗ ଚାଲର୍ସ ତୃତୀୟ ରାଜା ହୋଇଥିଲେ । ମେ ମାସରେ ରାଜ୍ୟାଭିକେ ହେବା ସହ ବିଟ୍ରେନର ରାଜା ହୋଇଥିଲେ ।