ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା,ଦୋଷୀକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଲେ କୋର୍ଟ

ଭୁବନେଶ୍ୱର,୬/୦୨: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । ଦୋଷୀକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ସହ ଦୋଷୀକୁ ୬ ହଜାର ଟଙ୍କାର ଦଣ୍ଡାଦେଶ କରିଛନ୍ତି । ଦୋଷୀକୁ କୋର୍ଟରେ ହାଜର କରାଯାଇଥିବା ବେଳେ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ୩୧ ଜଣ ସାକ୍ଷୀ, ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତିକରି ଦୋଷୀକୁ ଦଣ୍ଡ ଦେଇଛନ୍ତି । ଆଇପିସିର ଧାରା ୩୭୬, ପକ୍ସୋ ଆକ୍ଟର ଦଫା-୬ , ହତ୍ୟା ଓ ପ୍ରମାଣ ନଷ୍ଟ ଆଦି ଦଫା ଆଧାରରେ ସଶ୍ରମ କାରାଦାଣ୍ଡ ଶୁଣାଇଛନ୍ତି କୋର୍ଟ ।