ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ, ରାଜ୍ୟରେ ଅସହ୍ୟ ଗରମ

ଭୁବନେଶ୍ୱର,୬/୦୨: ମାଘ ମାସରେ ଶୀତ ପରିବର୍ତ୍ତେ ହେଲାଣି ଅସହ୍ୟ ଗରମ । ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟଣାରେ ୩୪ .୨ ଓ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ବାଲେଶ୍ୱର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା ।ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି । ଫଳରେ ଆଗକୁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହୋଇପାରେ । ଏଲନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପାରେ ।