କଂଗ୍ରେସ ଟିକେଟ୍ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର,୪/୦୨: କଂଗ୍ରେସ ଟିକେଟ୍ ଆଶାୟୀଙ୍କ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ । ଆଜିଠାରୁ ୧୧ ଫେବ୍ରୁଆରୀ ଯାଏଁ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପ୍ରଗମନ୍ ଡଟ୍ ଇନରେ ଆବେଦନ କରିହେବ । ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ । ଯୋଗ୍ୟ ପ୍ରାର୍ଥୀଙ୍କ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର ।