ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪/୦୨: ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ । ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ସୋମବାର ସନ୍ଧ୍ୟାରେ ଝାଡଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରି ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।