ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୦୨: ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆରମ୍ଭ ହେଲା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜି ଠାରୁ ଆରମ୍ଭ ହେଉଛି ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ମାଟିରୁ ଆକାଶ ସାଜସଜ୍ଜାରେ ଭରିଯାଇଛି ଓଡ଼ିଆପଣ। ଓଡ଼ିଆ ଭାବାବେଗକୁ ଛୁଇଁଲା ଭଳି ହୋଇଛି ପ୍ରତିଟି କାର୍ୟ୍ୟକ୍ରମର ପରିକଳ୍ପନା ଓ ଆୟୋଜନ। ଦେଶ ବିଦେଶରେ ଥିବା ଓଡ଼ିଆ ଶୁଭେଚ୍ଛା ଜଣାଇ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି। ଐତିହ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ଅନୁଯାୟୀ ଫେବ୍ରୁଆରି ୩ରୁ ୫ ତାରିଖରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଛି। ଭାଷା ଅତୀତର ଅସ୍ତିତ୍ବ- ଭାଷା ହିଁ ଭବିଷ୍ୟତ। ଏହି ପ୍ରସଙ୍ଗ ଆଧାରରେ ରାଜ୍ୟ ସରକାର ସମ୍ମଳିନୀର ରୂପରେଖ ପ୍ରସ୍ତୁତ କରିଛନ୍ତି। ଓଡ଼ିଆ ଭାଷାର ପ୍ରତିଟି ବିଭାଗକୁ ସମ୍ମଳନୀରେ ସ୍ଥାନ ଦିଆଯାଇଛି। ସମ୍ମିଳନୀରେ ମୋଟ୍‌ ୧୭ଟି ଅଧିବେଶନରେ ୧୦୦ରୁ ଅଧିକ ଖ୍ୟାତିସମ୍ପନ୍ନ ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ବାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।