ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ

ଭୁବନେଶ୍ୱର,୩/୦୧: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଆଗରୁ ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇଥିଲେ । ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିସ ପରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ନିଯୁକ୍ତି ମିଳିଛି । ମୋଟ ୬ ଜଣ ବିଚାରପତିଙ୍କ ନୂଆ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ମନିନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଜଷ୍ଟିସ କୁମାରୀ ରିତୁ ବାହାରିଙ୍କୁ ଉତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ମିଳିଛି । ସେହିପରି ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ଜଷ୍ଟିସ ଅରୁଣ ଭଂସାଲିଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଏସ ବୈଦ୍ୟନାଥଙ୍କୁ କଲେଜିଏମ ସୁପାରିଶ ପରେ କେନ୍ଦ୍ର ସରକାର ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ।