ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨/୦୨: ମନି ଲଣ୍ଡ୍ରିଂ ମାମଲାରେ ଆରେଷ୍ଟ ହୋଇ ଜେଲରେ ଅଛନ୍ତି ହେମନ୍ତ ସୋରେନ । ଆଜି ତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଝଟକା । ଫସିଥିବା ମାମଲାରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାସହ ଝାଡ଼ଖଣ୍ଡ ହାଇକୋର୍ଟ ଯିବାକୁ ପରାମର୍ଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟରେ ଶୁଣାଣି ନହେଲେ ତା ପରେ ସୁପ୍ରିମକୋର୍ଟର ବାଟ ଖୋଲାଅଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୂଚନାଯୋଗ୍ୟ ଯେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରେନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ । ଜମି ଦୁର୍ନୀତି ମାମଲାରେ ଜାନୁୟାରୀ ୩୧ତାରିଖ ରାତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି ।