ବଜେଟ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧/୦୨: ବଜେଟ ଉପସ୍ଥାପନ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଏହି ବଜେଟ ଦେଶର ୪ ସ୍ତମ୍ଭକୁ ମଜଭୁତ କରିବ। ଯେମିତିକି ଯୁବଗୋଷ୍ଠୀ, ମହିଳା, ଗରିବ ଓ ଚାଷୀଙ୍କୁ ମଜଭୁତ କରିବ । ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ । ୪୭.୬୭ ଲକ୍ଷ କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି । ଯୁବ ଭାରତର ଯୁବ ଆକାଂକ୍ଷାର ଛାପ ରହିଛି । ୨୦୪୭ ବିକଶିତ ଭାରତର ମୁଳଦୁଆକୁ ଦୃଢ କରିବ ।