ମହଙ୍ଗା ହେଲା ବିମାନ ଯାତ୍ରା, ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ୩୦ ପ୍ରତିଶତ ଅର୍ଥ

ନୂଆଦିଲ୍ଲୀ, ୧୧/୨: ଦେଶରେ ଆଜିଠାରୁ ମହଙ୍ଗା ହୋଇଛି ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ୩୦ ପ୍ରତିଶତ ଅର୍ଥ । ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୩୯୦୦ ଟଙ୍କା ଥିବା ବେଳେ ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ସର୍ବାଧିକ ବିମାନ ଭଡ଼ା ୧୩,୦୦୦ ଟଙ୍କା ରହିଛି। ସେହିପରି ୪୦ ମିନିଟ୍‌ର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୨୨୦୦ ଟଙ୍କା ଥିବା ବେଳେ ୪୦ ମିନିଟ୍‌ର ଯାତ୍ରା ପାଇଁ ସର୍ବାଧିକ ୭୮୦୦ ଟଙ୍କା ରହିଛି।