ଆଜିଠାରୁ ଖୋଲିଲା ଭିତରକନିକା

ଭୁବନେଶ୍ୱର, ୧୯ା୧୦: କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ ଧିରେ ଧିରେ ସବୁ ଖୋଲାଯାଉଛି । ଏହାରି ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲାଯାଇଛି । ଭିତରକନିକାକୁ ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ଏହାସହ କୋଭିଡ଼ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କେବଳ ରାତ୍ରି ଯାପନ କରିବାକୁ ଅନୁମତି ମିିଳିଥିଲା । ରାଜନଗର ବନଖଣ୍ଡ ଅଧିକାୀ ଏନେଇ ସୂଚନା ଦେଇଛନ୍ତି ।