ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ମିଳିଲା ଅନୁମତି, ବାରଣାସୀର ଜିଲ୍ଲା କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୩୧/୦୧: ଜ୍ଞାନବ୍ୟାପୀ ମାମଲାରେ ଆସିଲା ବଡ଼ ରାୟ। ବାରଣାସୀର ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅନୁମତି ମିିିଳିଛି। ପୂଜା ପାଇଁ ୭ ଦିନ ମଧ୍ୟରେ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏଠାରେ ନିୟମିତ ଭାବେ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ୱନାଥ ଟ୍ରଷ୍ଟ ପକ୍ଷରୁ ଏହି ପୂଜାର୍ଚ୍ଚନା କରାଯିବ । ୩୦ ବର୍ଷ ପରେ ଏହି ରାୟ ଆସିଛି । ୧୯୯୩ ପରେ ତତକାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତହଖାନାରେ ପୂଜା ବନ୍ଦ ହୋଇଯାଇଥିଲା ।