ବଡ଼ ଧରଣର ମାଓ ହମଲା, ୩ଯବାନ ସହିଦ

ନୂଆଦିଲ୍ଲୀ,୩୦/୦୧: ଛତିଶଗଡ଼ ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ବଡ଼ ଧରଣର ମାଓ ହମଲା ହୋଇଛି। ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଦୁଇ ପକ୍ଷର ଏହି ଗୁଳିବିନିମୟରେ ୩ଜଣ ଯବାନ ସହିଦ ହୋଇଛନ୍ତି ।  ଜୋନାଗଡ଼-ଆଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ଘଟଣା ଘଟିଛି ।