ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ,୩୦/୦୧: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଲାଗିଛି । ସାଇଫର ମାମଲାରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ପିଟିଆଇ ମୁଖ୍ୟଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ରିପୋର୍ଟ ଅନୁଯାୟୀ, ସାଇଫର୍ ମାମଲାର ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଉଭୟ ପିଟିଆଇ ନେତାଙ୍କୁ ପ୍ରତ୍ୟେକଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଧାରା ୩୪୨ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରିବା ପରେ ସ୍ୱତନ୍ତ୍ର କୋର୍ଟର ଜଜ୍ ଅବୁଲ ହସନାଟ୍ ଜୁଲକର୍ନେନ୍ ତୁରନ୍ତ ଏହି ଦଣ୍ଡ ଘୋଷଣା କରିଛନ୍ତି ।