ଖୋର୍ଦ୍ଧାରେ ହେବ ଆଞ୍ଚଳିକ ଡାଲି ଗବେଷଣା କେନ୍ଦ୍ର

ଭୁବନେଶ୍ୱର, ୧୧/୨: ଖୋର୍ଦ୍ଧାରେ ଆଞ୍ଚଳିକ ଡାଲି ଗବେଷଣା କେନ୍ଦ୍ର କରାଯିବ । ବିଶ୍ବ ଡାଲି ଦିବସ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି  ଘୋଷଣା କରିିିଛନ୍ତି।  ଡାଲି ଆମଦାନୀ କମିବା ସହ ସଞ୍ଚୟ ହୋଇଛି ୧୫ ହଜାର କୋଟି ଟଙ୍କା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି। ଡାଲି ଉତ୍ପାଦନରେ ଦେଶ ଆତ୍ମନିର୍ଭରଶୀଳ ହେଉଛି ଓ ଦେଶରେ ଡାଲି ଉତ୍ପାଦନ ୧୪୦ ଲକ୍ଷରୁ ୨୪୦ ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି।