ଯାତ୍ରାରୁ ରାଜନୀତି ମଞ୍ଚର ସଫର, ବିଜେଡିରେ ମିଶିଲେ ଦୈତାରୀ ଓ ବାପି ପଣ୍ଡା

ଭୁବନେଶ୍ୱର,୨୯/୦୧: ଯାତ୍ରା କଳାକାରଙ୍କ ରାଜନୀତିର ମଞ୍ଚରେ ପ୍ରବେଶ। ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ପ୍ରାୟ ୩ଶହ କଳାକାର ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଭାବମୁର୍ତିକୁ ଦୃଷ୍ଟିରେ ରଖି ବିଜେଡିରେ ସାମିଲ ହେବା ପାଇଁ ଏହି କଳାକାରମାନେ ଆଗ୍ରହ ପ୍ରକାଶ କରିଥିଲେ । ଏମିତି କି ବିଧିବଦ୍ଧଭାବେ ଦଳରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଯାହାକୁ ଅନୁମୋଦନ ଦେଇଛନ୍ତି ବିଜେଡି ସୁପ୍ରିମୋ । ମଞ୍ଚ ଅଭିନୟ ଜରିଆରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା ଏହି କଳାକାରଙ୍କୁ ଯଦି ସୁଯୋଗ ମିଳେ, ପ୍ରତ୍ୟକ୍ଷ ରାଜନୀତିରେ କେତେ ସଫଳ ହେଉଛନ୍ତି, ତାହା ହୁଏତ ଆଗାମୀ ଦିନରେ ଜଣାପଡ଼ିବ ।