ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୁରୀ ଆସିବେ ୫ ଜିଲ୍ଲାରୁ ୧୦ ହଜାର ଭକ୍ତ

ଭୁବନେଶ୍ୱର,୨୯/୦୧: ପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ଦେଖିବାକୁ ପାଇବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯିବ । ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ । ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ । ଏହା ସହ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିବେ । ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ଆସିବେ । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ପୁରୀ ଆସିବେ । ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ । ଆଜି ପ୍ରଥମ ଦିନରେ ୫୦୦ଟି ବସରେ ଭକ୍ତ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।