ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ

ଭୁବନେଶ୍ୱର,୨୬/୦୧: ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ । କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଅଧିବାସ ପୂଜା । ମୁଖ୍ୟ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପ ଉଦଘାଟନ ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପାଖାପାଖି ୧୧ଟି ଜିଲ୍ଲାର ୫୦ରୁ ଅଧିକ ପଣ୍ଡିତ ପୁରୋହିତ ଆସିଛନ୍ତି ।  ସମସ୍ତ ପୁରୋହିତ ମଣ୍ଡଳ ପୂଜା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତାକାଲି ସକାଳୁ ୧୬ ସ୍ତମ୍ଭ ପୂଜା, ୧୨ଟି ଦ୍ୱାର ପୂଜା ଓ ସୂର୍ଯ୍ୟପୂଜା କରାଯିବ ।