ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬/୦୧: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ ଦେଖା ଦେଇଛି । ଚଳିତଥର ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଲ୍ ମାକ୍ରୋନ । ସେହିପରି ଭୁବନେଶ୍ବର ଗାନ୍ଧିମାର୍ଗରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିବେ । ତେବେ ୭୫ତମ ସାଧାରଣତନ୍ତ୍ର ଦିବସର ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବେ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି । ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ ।