ଆସନ୍ତା ୨୭ରେ ସ୍କୁଲ ଓ କଲେଜ ଛୁଟି ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୫/୦୧: ଆସନ୍ତା ୨୭ ତାରିଖରେ ସ୍କୁଲ କଲେଜ ଛୁଟି ରହିବ । ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର।ସୂଚନାଯୋଗ୍ୟ ଯେ ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ସମଲେଇ ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଭବ୍ୟ ସମଲେଇ ମନ୍ଦିର ପରିସରର ହୋଇଛି ରୂପାନ୍ତରିକରଣ। ଏହି ଭବ୍ୟ ଉତ୍ସବରେ ସାମିଲ ହୋଇ ମା’ସମଲେଇଙ୍କ ଆଶୀର୍ବାଦ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି।