ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣାରେ ପୋଲିସ କମିଶନରେଟଙ୍କ ସୂଚନା

ଭୁବନେଶ୍ୱର, ୧୧/୨:ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନରେଟ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୯ ତାରିଖରେ ଏହି ଘଟଣାରେ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳାଙ୍କ ନାମ ପୁଷ୍ପଲତା ରାଉଳ । ମଞ୍ଚେଶ୍ୱର ଧୀରକୁଟ ବସ୍ତିରେ ମହିଳା ଜଣକ ରହୁଥିଲେ । ପରେ ସଞ୍ଜୟ ନାମକ ଯୁବକ ସହ ମହିଳା ରହିଥିଲେ ।ସଞ୍ଜୟ ରାଉତ ବୋଲେରୋ ମାଲିକ ଓ ଗାଡି ଡ୍ରାଇଭର ଥିଲେ।

ଏହାପରେ ଏହି ଘଟଣାର ତଦନ୍ତ କରିବା ପରେ ବିବାହ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଛି। ଯୁବକ ଜଣକ ବିଳମ୍ବିତ ରାତିରେ ମହିଳାଙ୍କୁ ହତ୍ୟା କରି ଫୋପାଡିଥିବା ସୂଚନା ରହିଛି । ମହିଳା ଜଣଙ୍କୁ ହତ୍ୟା କରିବା ପରେ ଦଶପଲ୍ଲାରେ ବନ୍ଧୁଙ୍କ ଘରେ ରହିଥିଲେ ଅଭିଯୁକ୍ତ । ଦୁଇ ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ୨୦ ପୋଲିସ ଅଧିକାରୀ ତଦନ୍ତରେ ସାମିଲ ଥିଲେ ।